ମୁମ୍ଵାଇ ୨୦।୦୪; ବଲିଉଡର ଜଣାଶୁଣା ଅଭିନେତ୍ରୀ ସୋହା ଅଲ୍ଲୀ ଖାନ । ସେ ହେଉଛନ୍ତି ସୈଫ ଅଲ୍ଲୀ ଖାନଙ୍କ ଭଉଣୀ । ସେ ମୁସଲମାନ ପରିବାରର ହୋଇଥିବାବେଳେ ହିନ୍ଦୁ ଘରେ ବିବାହ କରିଛନ୍ତି । ଅଭିନେତା କୁନାଲ କେମୁଙ୍କୁ ସେ ବିବାହ କରିଥିଲେ । ଦୁହିଁଙ୍କ ବାହାଘରକୁ ୧୦ ବର୍ଷ ବିତିଗଲାଣି । କିନ୍ତୁ ଏବେ ବି ଯଦି ସେ ହିନ୍ଦୁ ଧର୍ମର କୌଣସି ପୂଜା ପର୍ବାଣିରେ ଯଦି ଫଟୋ ପୋଷ୍ଟ କରନ୍ତି ତାହେଲେ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରୁଛନ୍ତି ।
ନିକଟରେ ’ଛୋରୀ ୨’ ରିଲିଜ ହୋଇଥିଲା । ଏହି ସମୟରେ ଫିଲ୍ମର ପ୍ରମୋସନ ପାଇଁ ଯାଇଥିଲେ । ସେଠାରେ ଏକ ଚ୍ୟାନେଲର ଇଣ୍ଟରଭ୍ୟୁ ସମୟରେ ସେ ନିଜ ମନର ଦୁଃଖ କଥା ପ୍ରକାଶ କରିଛନ୍ତି । ସେ କହିଛନ୍ତି କି, ମୁଁ ଟିକେ ମୋଟା ହୋଇ ଯାଇଛି । ଯାହାକୁ ନେଇ ମୋତେ ଯେତେ ଦୁଃଖ ଲାଗୁନି ଧର୍ମକୁ ନେଇ ବାରମ୍ବାର ଟ୍ରୋଲ କରାଯିବା ଏବଂ ପ୍ରଶ୍ନ କରିବାକୁ ନେଇ ମୋତେ ବହୁତ ଦୁଃଖ ଲାଗୁଛି ।
ଏପରିକି ମୋତେ ବାରମ୍ବାର ତାଙ୍କୁ ପଚରା ଯାଉଛି କି ? ତୁମେ ଉପବାସ କରୁଛ କି ?ପୂଜା ପାଠ କରୁଛ କି ନାହିଁ …. ହେଲେ ମୋ ମାଆ ମଧ୍ୟ ଜଣେ ହିନ୍ଦୁ ଥିଲେ । କିନ୍ତୁ ମୋତେ ଏଭଳି କାହିଁକି ଟ୍ରୋଲ କରୁଛନ୍ତି ବୋଲି ସେ କହିଛନ୍ତି । ବିବାହ ଏତେ ବର୍ଷ ହେବା ସତ୍ତ୍ଵ ତାଙ୍କୁ ଏବେ ବି ଏହି ଟ୍ରୋଲର ଶିକାର ହେଉଛନ୍ତି । ତେବେ କହି ରଖୁଛୁ କି, କୁନାଲଙ୍କ ସହ ବହୁ ଫିଲ୍ମରେ ଅଭିନୟ କରିବା ପରେ ଉଭୟ ପ୍ରେମରେ ପଡ଼ିଥିଲେ । ସେମାନେ ୨୦୧୫ରେ ବିବାହ କରିଛନ୍ତି । ୨୦୧୭ରେ ସେମାନେ ନିଜର ପ୍ରଥମ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି ।